Thursday, October 31, 2019

Pramoda Avidhana (ଅ)

ଅ - ସଂସ୍କୃତ ଓ ଓଡ଼ିଆ ବର୍ଣ୍ଣମାଳାର ସ୍ବରବର୍ଣ୍ଣର ଆଦ୍ୟ ଅକ୍ଷର  | ଏହାର ଉଚ୍ଚାରଣ ସ୍ଥାନ କଣ୍ଠ |

ଅ  - ପୁଂ, ବି. ପରଂବ୍ରହ୍ମସୂଚକ ଏକାକ୍ଷର, ବିଷ୍ଣୁ, ମହେଶ୍ବର, ଶିବ, ପ୍ରଣବ ବା ଓଁକାରର ଆଦ୍ୟ ଅଙ୍ଗ |

ଅଅ - ଗ୍ରା.ଅ. ବମନ କରିବାର ବା ବମନ ଉପକ୍ରମ ହେବାବେଳର ଶବ୍ଦ

ଅଅଁଳା - ଗ୍ରା.ବି. (ଆମଳକ ଶବ୍ଦଜ)  ଆମଳକୀ,  ଧାତ୍ରୀଫଳ, ବୈଦ୍ୟଙ୍କ  ଔଷଧି  ଫଳବିଶେଷ |

ଅଅଁଳାଇ- ଗ୍ରା, ବି, ହଳଦିଆ ଫୁଲଗଛ, ସ୍ବନାମ ପ୍ରସିଦ୍ଧ ହରିଦ୍ରାବର୍ଣ୍ଣ ପୁଷ୍ପ- ବୃକ୍ଷବିଶେଷ

ଅଅଁଳା ନବମୀ- ଗ୍ରା. ବି. ଧାତ୍ରୀନବମୀ, କାର୍ତ୍ତିକ ଶୁକ୍ଳନବମୀ, (ଏ ଦିନ ଅଅଁଳା ଗଛମୂଳେ ବିଷ୍ଣୁପୂଜା କରାଯାଏ)

ଅଅଁଳେଇ- ଗ୍ରା.ବି. ଅଅଁଳାଇ ପୁଷ୍ପ - ବୃକ୍ଷବିଶେଷ

ଅଇ: ଗ୍ରା. ବି ବାନ୍ତି, ହାକୁଟି (ଅବ୍ଯ) ଗ୍ରା. ସ୍ତ୍ରୀ ସମ୍ବୋଧନ, ହେ ଲୋ! ଆଲୋ! ଆଗୋ!

ଅଇଁଠା (ଅଇଣ୍ଠା) - ଗ୍ରା. ବି (ଉଚ୍ଛିଷ୍ଟ ଶବ୍ଦଜ) ଭୋଜନାବିଶେଷ (ଗ୍ରା-ବିଂ, ଉଚ୍ଛିଷ୍ଟ)

ଅଇକା (ଅଇଛଣି, ଏଇକ୍ଷଣି)- ଗ୍ରା.ଅ ଏଇକ୍ଷଣି, ବର୍ତ୍ତମାନ

ଅଇଘରା- ଗ୍ରା. ବି.   ଅଗ୍ନ୍ୟୁତ୍ସବ ବିଶେଷ, ଅଇଘିରା, ଅଇଘେରା, ଅଘିରା,  ନିଆଁଗଦା - ଏହି ଉତ୍ସବ ମାଘ ପୂର୍ଣ୍ଣିମା ଓ
ଦୋଳ ପୂର୍ଣ୍ଣିମାର ପୂର୍ବ ରାତ୍ରିରେ ହୁଏ |

ଅଇଣ୍ଠାଚଣ୍ଡ - ଗ୍ରା.ବି. ପ୍ରେତବିଶେଷ, (ସ୍ତ୍ରୀ)-ଅଇଣ୍ଠାଚଣ୍ଡୀ

ଅଇଣ୍ଠାଦାଦୁ- ଗ୍ରା. ବି. (ଉଚ୍ଛିଷ୍ଟ ଦଦ୍ରୁଶବ୍ଦଜ) ଅଇଣ୍ଠାଦାଦୁ, ଚର୍ମ-ରୋଗବିଶେଷ

ଅଇଣ୍ଡି- ଗ୍ରା.ବି, ପୁଂ-ସ୍ତ୍ରୀ-ଏକଶିଶୁ ମାତାଠାରୁ ଦୁଗଧପାନ ଛାଡିବା ପୂର୍ବରୁ ଅନ୍ଯ ଶିଶୁ ଜନ୍ମହେବା ବା ମାତା ପୁନରାୟ ଗର୍ଭହେବା

ଅଇଣ୍ଡିଆ- ଗ୍ରା. ବି.ବାଳରୋଗବିଶେଷ, ପରିଗର୍ଭକ, ମାତାର ଦୁଗ୍ଧ ଦୋଷରୁ ଶିଶୁର ଅଜର୍ୀଣ୍ଣ ଝାଡା ଓ ଦୁର୍ବଳତା

ଅଇଦ୍ରିଣି - ଗ୍ରା. ବିଂ.ଶତ୍ରୁଭାବାପନ୍ନ, ବିରୋଧୀ

ଅଇନ୍ - ଗ୍ରା.ବିଂ.ଅତିଉତ୍ତମ, ଅତି ସୁନ୍ଦର, ଅପୂର୍ବ, ଅତିଉତ୍କୃଷ୍ଠ

ଅଇନ୍ଗଦ୍- ଗ୍ରା.ଅ ଏହିକ୍ଷଣି, ବର୍ତ୍ତମାନ, ଅତି ସତ୍ବର

ଅଇ-ନଗଦ - ଗ୍ରା.ଅ. ଏଇକ୍ଷଣି, ବର୍ତ୍ତମାନ

ଅଇନା - ଯା.ବି.ଆଇନା, ଦର୍ପଣ, ଆରସି, କାଚ

ଅଇନି - (ଯା)ବି. ଆଇନ୍, ହଟ, ହୁନ୍ଦର, ଛଳ, ବୃଥା ଆପତ୍ତି, ଜିଦି, ହୁକୁମ

ଅଇନ୍ଦ୍ର - ଗ୍ରା.ବି (ପ୍ରା-ପ) ଇନ୍ଦ୍ରସମ୍ବନ୍ଧୀୟ

ଅଇବ - (ଯା଼ ବି.ଘୋଡା ଆଦି ପଶୁଙ୍କଠାରେ ଦେଖାଯିବ ଦୁର୍ଗୁଣ ବା ଦୁର୍ଲକ୍ଷଣ

ଅଇବ୍ରତ - ଗ୍ରା.ବି. (ପ୍ରାଚୀନ ସଂଖ୍ଯା-ବାଚକ) ଅୟୁତ, ଦଶହଜାର: ଗ୍ରା.ବିଂ.ଅୟୁତସଂଖ୍ଯକ, ଅସଂଖ୍ଯ

ଅଇରଶି - ଗ୍ରା.ବିଂ (ଅରି ଯୁକ୍ତ ଦୃଶ୍) ଶତ୍ରୁଭାବାପନ୍ନ, ବିରୋଧୀ

ଅଇରା - ଗ୍ରା.ବି. ହାଣ୍ଡି ମାଠିଆ ପ୍ରଭୃତି ରଖତ୍ବାର ମଳା, ବିମଳା, ବଇଁଠି, ଅହିରା

ଅଇରାବତ୍ - ଗ୍ରା. ବି.ଇନ୍ଦ୍ରଙ୍କ ହସ୍ତୀ, (ସଂ.ଐରାବତ) ସୁରଗଜ, ନାରଙ୍ଗୀଲେମ୍ବୁ

ଅଇରି: ଗ୍ରା.ବି.ଅରି, ଶତ୍ରୁ, ଗୋପାଳ ଜାତିବିଶେଷ

ଅଇଲା - ଗ୍ରା.ବିଂ. ଆସିଥିବା, ଆସୁଥିବା (ବ୍ଯକ୍ତି) ତ୍ରି ଆସିବା ଧାତୁର ଅତୀତ କାଳ, ଆସିଲା

ଅଇଶାନ୍ଯ - ଗ୍ରା.ବି. (ସଂ-ଐଶାନ୍ଯ)

ଐଶାନ୍ଯକୋଣ, ଉତ୍ତର-ପୂର୍ବ କୋଣ

ଅଇଶୁର୍ଯ୍ଯ, ଅଇଶ୍ବର୍ଯ୍ଯ- ଗ୍ରା.ବି. (ସଂ-ଐଶ୍ବର୍ଯ୍ଯା)ଧନସମ୍ପତ୍ତି, ସମ୍ପଦ

ଅଇସୁଲକ୍ଷଣୀ - ଗ୍ରା. ବିଂ. ସ୍ତ୍ରୀ-ଐଶ୍ବର୍ଯ୍ଯ-ଶାଳିନୀ, ସେଭାଗ୍ଯବତୀ, ସୁଭଗା

ଅଉଁଠି - ପ୍ରା.(ଲ)ବି. (ଅଙ୍ଗୁଳି-ଶବ୍ଦକ) ଆଙ୍ଗୁଠି

ଅଉଁଲା - ପ୍ରା.(ସମ୍ବ) ବି.ଅଅଁଳା

ଅଉଁଶ - ଗ୍ରା. ବି. (ଅଂଶଶବ୍ଦକ) ଅଂଶ

ଅଉଁଶବଉଁଶ - ଗ୍ରା.ବି. (ଅଂଶ ବଂଶ) ଅଂଶବଂଶ

ଅଉଚା - ଗ୍ରା. ବି. ଚାଷହେବା କ୍ଷେତରେ ଖଣ୍ଡ-ଖଣ୍ଡ କରି ଚାଷକରିବା ଚିହ୍ନ

ଅଉତା - ଗ୍ରା.ବି. ଦିବସର ଅର୍ଦ୍ଧଭାଗ, ଓଳି

ଅଉରତ୍ - ଯା. ବି. ସ୍ତ୍ରୀ, ଭର୍ାଯ୍ଯା, ସ୍ତ୍ରୀଲୋକ, ନାରୀ

ଅଉରସ - ଗ୍ରା. ବିଂ (ସଂ-ଔରସ) ସପିଣ୍ଡଗୋତ୍ର, କୁଟୁମ୍ବୀ, ନିକଟସମ୍ପର୍କୀୟ

ଅଉଲ୍ - ଯ.ବିଂ. ପ୍ରଥମଶ୍ରେଣୀୟ, ଶ୍ରେଷ୍ଠ, ସର୍ବୋତ୍ତମ, ଖାଣ୍ଟି, (ବି) ଆରମ୍ଭ

ଅଉଲାତ୍ (ଅଉଲାଦ୍) - ଯା.ବି.ସନ୍ତାନ, ପୁତ୍ର

ଆଉଶା - ପ୍ରା.(ସମ୍ବ) ବି.ଅଙ୍କୁଶ, ହାତୀ ଚଳାଇବାର ବ୍ଯବହର୍ାଯ୍ଯ ଅସ୍ତ୍ରବିଶେଷ

ଅଉଷଧ: ଅଉଷଧି - ଗ୍ରା.ବି.ଔଷଧ

ଅଉଣୀ - ପୁଂ.ବି - ଯେ କରଜଗ୍ରସ୍ତ ନୁହେ (ସଂ-ଅ ଯୁକ୍ତ ଋଣ ଯୁକ୍ତ ଇନ୍ :ଅନୃଣ) (ସ୍ତ୍ରୀ ଅଋଣିନୀ

ଅଏଧିକା - ପ୍ରା (ସମ୍ବ) ବିଂ. ଅଧିକା, ବଳିପଡ଼ିଥିବା, ଅବଶିଷ୍ଟ

ଅଏନ୍: ପ୍ରା. (ସମ୍ବ) ବିଂ. ଅତିଉତ୍ତମ, ଅପୂର୍ବ, ଅତିସୁନ୍ଦର

ଅଏର୍ଶ - ପ୍ରା. (ସମ୍ବ) ବି.ଆରିଶାପିଠା

ଅଏରି - ପ୍ରା. (ସମ୍ବ) ବି. ଅଇରି, ଶତ୍ରୁ

ଅଏସ୍- ଯା.ବି.ସୁଖ, ମଉଜ, ସଉକିନି, ଅଏସୀ

ଅଂକ - ବି. ସଂଖ୍ଯାଚିହ୍ନ, ଲକ୍ଷଣ, କଳଙ୍ଗ, କ୍ରୋଡ଼, ଗଣିତ ଶାସ୍ତ୍ର

ଅଂଶ - ବି (ଅନ୍ଶ ଯୁକ୍ତ ର୍ମ.ଅ) ବିଭାଗ ବଣ୍ଟନ, ଭାଗ, ସ୍ଥାନ, ଖଣ୍ଡ, ଅବତାର- ବିଷୟ, ଭୂ-ପରିଧିର 360 ଭାଗରୁ ଏକଭାଗ, ରାଶିଚକ୍ରର ତ୍ରିଂଶତ୍ ଭାଗରୁ- ଏକଭାଗ, ଅକ୍ଷାଂଶ, ଭଗ୍ନାଠଶ, ପକ୍ଷ, ଦଳ, ଦିନ, ଦେବତାଙ୍କର କଳା, ଅପତ୍ଯ,  ପିତୃତ୍ବ, ରକ୍ତସମ୍ପର୍କୀୟ

ଅଂଶକ: ପୁଂ.ବି (ଅନଶ ଯୁକ୍ତ କ. ଅକ)ଜ୍ଞାତି, ଦାୟାଦ, ଦିବସ, ଦିନ ଅଳ୍ପଭାଗ

ସ୍ତ୍ରୀ. (ଅଂଶିକା)- ଭାଗଦାର, ହିଂସାଦାର, (ବିଂ) ଅଂଶଗ୍ରାହୀ, ଭାଗ ପାବାର ଅଧିକାରୀ

ଅଂଶକୂଟ, ଅଂସକୂଟ - ସ୍ତ୍ରୀ.ବି (6:ତତ୍) କକୁଦ, ଷଣ୍ଡର ଚୂଳ

ଅଂଶଗତ - ତ୍ରି.ବିଂ (2ତତ୍) ବିଭାଗ-ସମ୍ବନ୍ଧୀୟ, ସ୍ତ୍ରୀ) ଅଂଶଗତ

ଅଂଶତଃ - ଅ (ଅଂଶ ଯୁକ୍ତ ତସ୍) କିୟଦଂଶରେ କେତେକ ପରିମାଣରେ

ଅଂଶନ- କ୍ଲୀ. ବି (ଅନଶ ଯୁକ୍ତ ଭା. ଅନ)ବିଭଜନ, ବଣ୍ଟନ

ଅଂଶନୀୟ - ତ୍ରି.ବିଂ (ଅନ୍ଶ ଯୁକ୍ତ ର୍ମଅନୀୟ) ବିଭାଜଂ, ଭାଗକରିବାର ଯୋଗ୍ଯ (ସ୍ତ୍ର. ନୀୟା)

ଅଂଶଭାକ୍ - ପୁଂ ଓ ସ୍ତ୍ରୀ. ବିଂ (ଅଂଶ ସହିତ ଭଜ୍ ସହିତ କ.କ୍ବିପ୍) ଯାହାର କେଣସି ପଦର୍ାଥରେ ଭାଗ ଅଛି, ଉତ୍ତରାଧିକାରୀ

ଅଂଶବାନ୍- ପୁଂ.ବିଂ (ଅଂଶ ଯୁକ୍ତ କ ଯୁକ୍ତ ବାନ୍) ଯେ ନିଜର ଭାଗ ନେଇଅଛି (ସ୍ତ୍ରୀ) ଅଂଶବତୀ

ଅଂଶଳ - ପୁଂ.ବିଂ (ଅଂଶ ଯୁକ୍ତ ଲା ଯୁକ୍ତ ଅ) ଅଂଶଗ୍ରାହୀ, ଭାବଗ୍ରାହୀ (ଅଂଶ ଯୁକ୍ତ ଳ) ବିଶାଳ ସ୍କନ୍ଧ ବିଶିଷ୍ଟ, ବଳବାନ୍, (ସ୍ତ୍ରୀ ଅଂଶଳା

ଅଂଶହର - ପୁଂ. ବିଂ (ଅଂଶ ଯୁକ୍ତ ହୃ ଯୁକ୍ତ କ.ଅ) ଅଂଶଗ୍ରାହୀ, (ବି) ଦାୟାଦ (ସ୍ତ୍ରୀ) ଅଂଶହରା

ଅଂଶା - ଗ୍ରା. ବି. ତାଳପ୍ରଭୃତି ଗଛର ବକଳାରେ ବା ଭିତରେ ଥିବା କର୍କଶ ସୂକ୍ଷ୍ମ ତନ୍ତୁ

ଅଂଶାଇ - ଗ୍ରା. ବି. ପଚା ଦ୍ରବ୍ଯ ଓ ଘାରେ ଉପୁଜିବା କ୍ଷୁଦ୍ର ଧଳା କୃମି, ପୋକ

ଅଂଶାଂଶ - ପୁଂ.ବି ପୃଥକ୍ ପୃଥକ୍ ଭାଗ, ଦ୍ବନ୍ଦ, କଳା, ଭାଗଭାଗ

ଅଂଶାବତାର - ପୁଂ. ବି (6ତତ୍) ଈଶ୍ବରଙ୍କର ଆଂଶିକ ଅବତାର- ମତ୍ସ୍ୟ. କୁର୍ମାଦି

ଅଂଶିତ - ତ୍ରି. ବିଂ (ଅଂଶ ଯୁକ୍ତ ର୍ମ - ତ) ବିଭକ୍ତ, ଯାହା ଭାଗହୋଇଅଛି (ସ୍ତ୍ରୀ) ଅଂଶିତା

ଅଂଶୀ- ପୁଂ.ବିଂ (ଅଂଶ ଯୁକ୍ତ ଇନ୍ ଅଂଶ ପାଇବାର ହକ୍ଦାର୍ ଅଂଶବିଶିଷ୍ଟ)

ଅଂଶଭାଗୀ, ଅଂଶୀଦାର (ସ୍ତ୍ରୀ) ଅଂଶିନୀ

ଅଂଶୀଦାର - ଗ୍ରା. ବି ଭାଗଦାର କେଣସି ପଦର୍ାଥରେ ଯାହାର ଭାଗ ଥାଏ

ଅଂଶୁ - ପୁଂ.ବି. ଅନଶ୍ ଯୁକ୍ତ ..କିରଣ ସୁତ୍ରାଦିର ସୂକ୍ଷ୍ମାଂଶ, ଆଶ.ବସ୍ତ୍ର, ଦୀପ୍ତି, ପତିଭା, ସୂର୍ଯ୍ଯ, ପ୍ରଭା, ବିଚକ୍ଷଣତା, ବେଗ

ଅଂଶୁକ- କ୍ଲୀ.ବି (ଅଂଶୁ ଯୁକ୍ତ କ କିରଣ, ସରୁ ଲୁଗା, ଶୁକ୍ଳବସ୍ତ୍ର, ଚାଦର,ତେଜପତି, ଦୀପ୍ତି, ତେଜ

ଅଂଶୁକୟ - ପୁଂ.ବିଂ (ଅଂଶୁ ଯୁକ୍ତ କାୟା) (ବ.ବ୍ରୀ) ଯେଉଁ ଜୀବମାନଙକର ଦେହରୁ ଦୀପ୍ତି ବା ତେଜ ବାହାରେ (ଯଥା:- ଜୁଳୁଜୁଳିଆ, ପ୍ରବାଳକୀଟ, ତାରାମତ୍ସ୍ୟ) (ସ୍ତ୍ରୀ) ଅଂଶୁକାୟ)

ଅଂଶୁଧର - ପୁଂ. ବିଂ (ଅଂଶୁ ଯୁକ୍ତ ଧୃ ଯୁକ୍ତ କ-ଅ) ସୂର୍ଯ୍ଯ, ସୂର୍ଯ୍ଯବଂଶୀୟ ଅସମଞ୍ଜ ରାଜା (ବିଂ) ଯେ କିରଣକୁ ଧାରଣ କରେ ବା ବହେ, (ସ୍ତ୍ରୀ)-ଅଂଶୁଧରା

ଅଂଶୁପଟ୍ଟ- କ୍ଳୀ.ବି. (ମ:କ:ଧା:)ପାଟଲୁଗା, ରେଶମୀକପଡା

ଅଂଶୁପତି - ପୁଂ, ବି. (ଅଂଶୁ ଯୁକ୍ତ ପତି) (6:ତତ୍: - ସୂର୍ଯ୍ଯ

ଅଂଶୁମତ୍ଫଳା- ସ୍ତ୍ରୀ .ବ ି. (ଅଂଶୁମତ ଯୁକ୍ତ ଫଳ ଯୁକ୍ତ ସ୍ତ୍ରୀ.ଆ କଦଳୀ ଗଛ

ଅଂଶୁମତୀ - ସ୍ତ୍ରୀ. ବି. ଅଂଶୁମତ୍ ଯୁକ୍ତ ସ୍ତ୍ରୀ.ଈ) ଶାଳପର୍ଣ୍ଣୀ, ଯମନା ନଦୀ

ଅଂଶୁମାନ୍ - ପୁଂ. ବିଂ. (ଅଂଶୁ ଯୁକ୍ତ ମତ୍) ଦୀପ୍ତିମାନ୍, ପ୍ରଭାଶାଳୀ, ବି. ସୂର୍ଯ୍ଯ

ଅଂଶୁମାଳ - ବି. (6:ତତ୍:) କିରଣରାଶି, ଜ୍ଯୋତିଃସମୂହ

ଅଂଶୁମାଳୀ- ବିଂ. ପୁଂ (ଅଶୁ ଯୁକ୍ତ ମାଳା ଯୁକ୍ତ ଅଛି ଅର୍ଥରେ ଇନ୍) କିରଣ -ମାଳାବିଭୂଷିତ, କିରଣମାଳୀ, ପୁଂ. ବି. ସୂର୍ଯ୍ଯ ଦ୍ବାଦଶସଂଖ୍ଯ (ସ୍ତ୍ରୀ) ଅଂଶୁମାଳିନୀ

ଅଂଶୁଳ- ପୁଂ. ବିଂ (ଅଂଶୁ ଯୁକ୍ତ ଳା ଯୁକ୍ତ କ.ଅ.)ଦୀପ୍ତିଯୁକ୍ତ, ଉଜ୍ଜ୍ବଳ (ସ୍ତ୍ରୀ ଅଂଶୁଳା

ଅଂଶୁବାଣ - ପୁଂ. ବି. (ବ.ବ୍ରୀ.)ସୂର୍ଯ୍ଯ

ଅଂଶୁଦକ : ପୁଂ. ବି ( ଅଂଶୁ ଯୁକ୍ତ ଉଦକ) ଯେଉଁ ଜଳାଶୟରେ ଦିନରେ ସୂର୍ଯ୍ଯ କିରଣ ଓ ରାତିରେ ଚନ୍ଦ୍ରକିରଣ ପଡ଼େ, ନର୍ିମଳ ଜଳ: ନୀହାର, କାକର

ଅଂଶ୍ଯମାନ - ତ୍ରିଂ. ବିଂ. (ଅନ୍ଶ ଯୁକ୍ତ ର୍ମ-ଆନ) ଯାହାକୁ ଭାଗ କରାଯାଇପାରେ (ସ୍ତ୍ରୀ) ଅଂଶ୍ଯମାନ

ଅଂସ - ପୁଂ.ବା କ୍ଳୀ.ବିଂ (ଅମ୍ ଯୁକ୍ତ ସ) ସ୍କନ୍ଧ, କନ୍ଧ (ଅନ୍ସ ଯୁକ୍ତ ର୍ମ ଯୁକ୍ତ ଅ) ଭାଗ, ହିଂସା, ବଣ୍ଟନ

ଅଂସକୂଟ - ବି. ଅଂଶକୂଟ (ଦେଖ)

ଅଂସତ୍ର - କ୍ଳୀ. ବି. (ଅଂସ ଯୁକ୍ତ ନ୍ତ୍ରେ ଯୁକ୍ତ କ.ଅ) ସ୍କନ୍ଧ, ବରକ, କବଚ

ଅଂସଫଳକ - କ୍ଳୀ.ବି. (6.ତତ୍:) କାନ୍ଧର ହାଡ଼, ସ୍କନ୍ଧର ଅସ୍ଥଇ

ଅଂଳ - ପୁଂ.ବିଂ (ଅଂସ ଯୁକ୍ତ ଅଛି.ଳ) ବିଶାଳ ସ୍କନ୍ଧ, ବଳିଷ୍ଠ: (ସ୍ତ୍ରୀ) ଅଂସଳା

ଅଂସରୂପା - ସ୍ତ୍ରୀ. ବିଂ. ସୂକ୍ଷ୍ମସ୍ବରୂପବିଶିଷ୍ଟ  ବିନ୍ଧୁରୂପା

ଅଂସେଇ - ଗ୍ରା. ବି. ପଚା ପଦର୍ାଥରେ ଉତ୍ପନ୍ନ କ୍ଷୁଦ୍ର କୀଟ

ଅଂହଃ - କ୍ଳୀ. ବି (ଅନ୍ହ ଯୁକ୍ତ ଣ ଯୁକ୍ତ ଅସ୍) ପାପ, ସ୍ବଧର୍ମପରିତ୍ଯାଗ, କ୍ଲେଶ, ଅଧର୍ମ

ଅଂହତି, ଅଂହତୀ - ସ୍ତ୍ରୀ.ବି (ଅନ୍ହ ଯୁକ୍ତ ଣିଚ୍ ଯୁକ୍ତ ଭା. ଅତି) ରୋଗ, ବ୍ଯାଧି- ପରିତ୍ଯାଗ, ଦାନ

ଅଂହ୍ରି - ବି. (ଅନ୍ହ ଯୁକ୍ତ ଣ.ରି) ପାଦ, ଚରଣ, ଗୋଡ଼, ଚତୁର୍ଥାଂଶ,ଗଛର ଚେର (ଅଂଘ୍ରି -ଦେଖ)

ଅଂହ୍ରିପ - ବି. (ଅଂହ୍ରି ଯୁକ୍ତ ପା ଯୁକ୍ତ କ.ଅ) ପାଦପ, ବୃକ୍ଷଲତାଦି

ଅଂହ୍ରିସ୍କନ୍ଧ - ବି. (6:ତତ୍) ଗୁଳ୍ଫ, ଗୋଇଠି

ଅଃ - ଗ୍ରା. ଅ. ଓଃ, ଆହା, ହା, ହାଇ, ହାୟ

ଅଂତର - (ପ୍ରାକ.କ).ବି.ମନ, ଅନ୍ତଃ-କରଣ

ଅନ୍ଧାର - ଗ୍ରା.ବି.ଅନ୍ଧକାର, ଅନ୍ଧାର (ବିଂ ତମସାଚ୍ଛନ୍ନ, ଅନ୍ଧକାରମୟ

ଅଁ - ଗ୍ରା.ଅ. (ସମ୍ମତି ସୂଚକ)ର୍ହ, ଏଁ

ଅଁ ଚଁ - ଗ୍ରା. ଅ. ଉଁ. ଚୁଁ, ଅମଙ୍ଗହେବା, ଦ୍ବିଧା କରିବା

ଅଁ ଟଁ - ଗ୍ରା. ଅ. ସମ୍ମୂଣ୍ରରୂପେ ଯୋଗ୍ଯ, ସନ୍ତୁଷ୍ଟ

ଅକ୍ଲିୟା - ଗ୍ରା ବିଂ. ନୂଆଶିଖାଳୀ, ଅକାଳିକ, ଅସାମୟିକ

ଅକ୍ସରକ - (ଯା) ଅ. ସାଧାରଣତଃ, ସର୍ବଦା, ଯଦି, (ସ) ପ୍ରତ୍ଯେକ, ସମସ୍ତ

ଅକ୍ - ଧାତୁ. ବନ୍ତ୍ର ଗମନ କରିବା

ଅକ - ପୁଂ. ବି. ଦୁଃଖ, ପାପ

ଅକଇଲାଣ - ଗ୍ରା.ବି ଅମଙ୍ଗଳ, ଅଶୁଭ, ଅଭିଶାପ

ଅକଉଡିଆ - ଗ୍ରା. ବିଂ. ମୂଲ୍ଯହୀନ, ମାଗଣା, ଧନହୀନ, ନିଃସ୍ବ

ଅକକର୍ଥନ - ଦୁଃଖ, ବାହୁନି କାନ୍ଦିବା, ବାହୁନିକରି କାନ୍ଦୁଥିବା

ଅକଚ - କେଶହୀନ, ଟାଙ୍ଗରା, କେତୁଗ୍ରହ

ଅକଚା - ଅକଚର ସ୍ତ୍ରୀ ଲିଙ୍ଗ, ଯେଉଁ ଲୁଗାକଚା ହୋଇ ନାହିଁ

ଅକଟ - ଅଟକ, ଗତିବନ୍ଦହେବା, ଅଟକିଯିବା

ଅକଟବିକଟ - ଭୟରେ ବିକୃତ ମୂତ୍ତିର୍ ବା ଅଙ୍ଗଭଙ୍ଗୀ

ଅକାଟ - ଅକତ୍ତିର୍ତ, ଯାହା କଟା ହୋଇ ନାହିଁ

ଅକଟାଇବା - ଅଟକାଇବା, ଅନ୍ଯର ଗତି ବିରୋଧ କରିବା

ଅକଟୁ - ସ୍ବାଦୁ, ମିଷ୍ଟ, ଯାହା କଡ଼ା ନୁହେଁ

ଅକଠିନ - କାଠିନ୍ଯଶୂନ୍ଯ, ସୁକୁମାର, କୋମଳ, ସରଳ

ଅକଡ଼ - ଅସୁବିଧା, ଅଖଞ୍ଜ

ଅକଡ଼ବାଗିଆ - ଏକଜିଦିଆ, ଅଖାଡୁଆ, ଅକଡ଼ବାଗୀ

ଅକଡ଼ମଚନ୍ତ୍ର - ଭାଗ୍ଯ ଗଣନା ଚକ୍ରବିଶେଷ, ଅଲେଖ ଧର୍ମୀ ଚଲମ୍ବୀମାନଙ୍କର ଶରୀରଭେଦ ଚକ୍ର ବିଶେଷ

ଅକଡ଼ାଅକଡ଼ି: ଗ୍ରା. ବି. ଦୁଇଜଣ ପରସ୍ପର ଜିଦିଧରି ରାଜି ନହେବା ଅକଡ଼ୁଆ - ଗ୍ରା ବିଂ. ଯାହା କଟୁ ବା କଡ଼ା ନୁହେଁ (ଦୋକତା, ଗୁଡ଼ାଖୁ ଇତ୍ଯାଦି)

ଅକଣ୍ଟ - ଗ୍ରା. ବିଂ. ଅକଳନ, ଅମାପ, ଯାହା ପୂର୍ବରୁ କଣ୍ଟ ହୋଇନାହିଁ

ଅକଣ୍ଟକ -ତ୍ରି, ବିଂ (ଅ ଯୁକ୍ତ କଣ୍ଟକ) ବ. ବ୍ରୀ ଯହିଁରେ କଣ୍ଟା ନାହିଁ, ଶତ୍ରୁ ଶୂନ୍ଯ, ନିବିର୍ଘ୍ନ

ଅକଣ୍ଡା - ଗ୍ରା. ବିଂ ଢ଼େଙ୍କିରେ ଯେଉଁ ଖାଦ୍ୟଦବ୍ଯ କୁଟାହୋଇ ପରିଷ୍କୃତି ହୋଇନାହିଁ

ଅକ୍ତିଆର - ଯା.ବି ଅଧିକାର, ଆୟତ, ଅକତ୍ଯାର

ଅକଥନ - କ୍ଲୀ.ବି (ନ. ତତ୍ କୁକଥା, ଅନୁକ୍ତି, (ବିଂ ଅକଥନୀୟ

ଅକଥନୀୟ- ବିଂ, ଅକଥ୍ଯ, ଅବକ୍ତବ୍ଯ, ଅନର୍ିବଚନୀୟ

ଅକଥା - ସ୍ତ୍ରୀ, ବି. (ନ. ତତ୍.) କୁଭାଷା, ଅଶ୍ଳୀଳବାକ୍ଯ, ଗ୍ରା.ବି.ଅନୁଚିତ୍କର୍ମ

ଅକଥିତ - ବିଂ. ଅନୁଚ୍ଚାରିତ, ଯାହା କୁହାଯାଇନାହିଁ, ଯାହା ବଣ୍ଣିର୍ତ ହୋଇ ନାହିଁ

ଅକଥ୍ଯ - ନ୍ତ୍ରି.ବି.ନ.ତତ୍ ) କହିବାର ଅଯୋଗ୍ଯ, ଅବର୍ଣ୍ଣନୀୟ, ଅଶ୍ଳୀଳ ସ୍ତ୍ରୀ) ଅକଥ୍ଯା, (କ୍ଳୀ ବି.ଦୁର୍ବାକ୍ଯ, ଅଶ୍ଳୀକ- ବାକ୍ଯ)

ଅକନିଷ୍ଠ - ପୁଂ.ବିଂ.ବ.ବ୍ରୀ.କନିଷ୍ଠ-ରହିତ, ଯାହାର ସାନଭାଇ ବା ଭଉଣୀ ନାହିଁ  (ସ୍ତ୍ରୀ) ଅକନିଷ୍ଠା, ପୁଂ.ବି. (ଅକ ଯୁକ୍ତ ନିଷ୍ଠ)ବୁଦ୍ଧଦେବ

ଅକପଟ - ପୁଂ.ବିଂ (ଅ ଯୁକ୍ତ କପଟ): ବ.-ବ୍ରୀ.ନିଷ୍କପଟ: (ସ୍ତ୍ରୀ) ଅକପଟ

ଅକପଟତା - ସ୍ତ୍ରୀ.ବି. (ଅ ଯୁକ୍ତ କପଟ): ବ-ବ୍ରୀ.ନିଷ୍କପଟ: (ସ୍ତ୍ରୀ) ଅକପଟା

ଅକପଟତା - ସ୍ତ୍ରୀ. ବି. (ଅକପଟ ଯୁକ୍ତ ଭା.ତା) ହୃଦୟର ସରଳତା, ବିଂ.ଅକପଟ

ଅକପଟିଆ, ଅକପଟୀ - ଗ୍ରା.ବିଂ ନିଷ୍କପଟ, ଯାହାର ଛନ୍ଦ୍ର କପଟ ନାହିଁ

ଅକବଜ୍ - ଗ୍ରା.ବିଂ.ଆୟତ୍ତବହର୍ିଭୂତ

ଅକବା - ପୁଂ.ସ୍ତ୍ରୀ.ବି. (ନ.ତତ୍.) କୁତ୍ସିତ କବି, କବିରହିତ, ରସବୋଧହୀନ

ଅକବୁଲ୍- ଗ୍ରା. ବି ଅସମ୍ମତ, ଅସ୍ବୀକାର

ଅକମଡ଼ଆ - ଗ୍ରା.ବିଂ.ଅକଡ଼ବାଗିଆ, ଅକାମୋଡ଼ିଆ

ଅକମ୍ପ - ପୁଂ.ବିଂ (ବ.ବ୍ରୀ) ନିଶ୍ଚଳ, କମ୍ପଶୂନ୍ଯ, ଗତିରହିତ (ସ୍ତ୍ରୀ) ଅକମ୍ପ

ଅକମ୍ପନ - ପୁଂ.ବି.ରାବଣର ସେନାପତି - ବିଶେଷ

ଅକମ୍ପିତ-ପୁଂ.ବି (ଅ ଯୁକ୍ତ କମ୍ପିତ) କମ୍ପନଶୂନ୍ଯ, ଧୀର, ସ୍ଥିର, (ସ୍ତ୍ରୀ) ଅକମ୍ପିତ

ଅକମ୍ପ - ପୁଂ. ବିଂ. (ନ.ତତ୍) ସ୍ଥର, ଅଟଳ, ଅକମ୍ପିତ (ସ୍ତ୍ରୀ) ଅକମ୍ପ

ଅକର - ପୁଂ. ବିଂ (ଅ ଯୁକ୍ତ କର) ବ ବ୍ରୀ ହସ୍ତହୀନ, ନିଷ୍କର, ରାଜସ୍ବହୀନ (ସ୍ତ୍ରୀ) ଅକରା

ଅକରକରା - ଗ୍ରା. ବି. ବନ୍ଯ ଗୁଳ୍ମଜାତୀୟ ବୃକ୍ଷ ଓ ଫଳବିଶେଷ

ଅକରଜିଆ - ଗ୍ରା ବିଂ. ପୁଂ. ଅଋଣୀ ଯେ କରଜଗ୍ରସ୍ତ ନୁହେଁ

ଅକରଟା- ଗ୍ରା. ସ୍ତ୍ରୀ. ବିଂ.ଯେଉଁ ଗାଇ ଶୀଘ୍ର ଗର୍ଭଧାରଣ କରେ, ଅକରଟିଆ

ଅକରଣ - ପୁଂ.ବି. ପରମାତ୍ମା, ନ୍ତ୍ରିୟାର ଅଭାବ, ଅକର୍ାଯ୍ଯ ବିଂ, ଇନ୍ଦ୍ରିୟଶୂନ୍ଯ

ଅକରଣି - ସ୍ତ୍ରୀ.ବି (ଅ ଯୁକ୍ତ କୃ ଯୁକ୍ତ ଭା. ଅନି)

ବିଫଳତା, ଆକ୍ରୋଶ, ଶାପ, ଅସିଦ୍ଧି

ଅକରଣୀ - ସ୍ତ୍ରୀ. ବି. ଯେଉଁ ରାଶିକୁ କେଣସି ରାଶିଦ୍ବାରା ଭାଗକଲେ ଭାଗଶେଷ ରହେ ନାହିଁ

ଅକରଣୀ - ସ୍ତ୍ରୀ. ବି ଯେଉଁ ରାଶିକୁ କେଣସି ରାଶିଦ୍ବାରା ଭାଗକଲେ ଭାଗ ଶେଷ ରହେନାହିଁ

ଅକରଣୀୟ - ନ୍ତ୍ରି.ବିଂ. (ନ.ତତ୍) କରିବାର ଅଯୋଗ୍ଯ, ଅକର୍ତ୍ତବ୍ଯ, ଅନୁଚିତ

ଅକରତପ୍- ଗ୍ରା. ବି. ଅସାମର୍ଥ୍ଯ, ଦୁର୍ବଳତା, ଧନହୀନତା, ବିଂ. ଅକ୍ଷମ, ବଳହୀନ

ଅକରତବ୍ଯ - ଗ୍ରା. ବି ଓ ବିଂ. ଶକ୍ତିହୀନତା, ଅସମର୍ଥ, ବଳହୀନତା

ଅକରତା - ଗ୍ରା.ବି. ଯେ କର୍ାଯ୍ଯର ଓ ଗୃହର ମାଳିକ ନୁହେଁ, (ସଂ-ଅକର୍ତ୍ତା) ବିଂ ଯାହା କରତା ହୋଇନାହିଁ, କାଠ ଇତ୍ଯାଦି

ଅକରମ- ଗ୍ରା. ବି ମନ୍ଦକର୍ମ, ଗହିର୍ତ-କର୍ମ, ମନ୍ଦଭାଗ୍ଯ

ଅକରମଣିଆ- ଗ୍ରା. ପୁଂ ବିଂ. ଯେଉଁ ବ୍ରାହ୍ମଣ ବେଦିକ କର୍ମକାଣ୍ଡ ଜାଣେନାହିଁ, ଅକର୍ମଣ୍ଯ, ନକାମିକା, କର୍ମକୁଶଳ ନୁହେଁ

ଅକରମା - ଗ୍ରା. ପୁଂ. ବିଂ. ହତଭାଗ୍ଯ, ମନ୍ଦଭାଗ୍ଯ, ନିଷ୍କମୀ, ଅଳସୁଆ

ଅକରମୀ - ଗ୍ରା..ସ୍ତ୍ରୀ. ବିଂ. ହତଭାଗ୍ଯ, (ସ୍ତ୍ରୀ) ପ୍ରା.କ (କୃଷ୍ଣସିଂହମହାଭାରତ)

ଅକରାନ୍ତ - ଗ୍ରା. ବି. (ଫ ଅନ୍ତ୍ରାନ୍ତି) ଅଙ୍କରାନ୍ତି

ଅକରୁଣ - ପୁଂ. ବି. (ଅ ଯୁକ୍ତ କରୁଣା) ବ- ବ୍ରୀ.) ନର୍ିଦ୍ଦୟ, ନିଷ୍ଠୁର, (ସ୍ତ୍ରୀ ଅକରୁଣା ବି ଅକାରୁଣ୍ଯ)

ଅକରୋଟୀ-- ପୁଂ, ସ୍ତ୍ରୀ. ବିଂ(ଅ ଯୁକ୍ତି କରୋଟୀ) ବ. ବ୍ରୀ. ଯେଉଁ ଜନ୍ତୁର ମୁଣ୍ଡର ଖପୁର ଲକବାର ନାହିଁ ବା ଅଳ୍ପ ମାତ୍ର ଅଛି

ଅକର୍କରୀ- ବି. ଅକରକରା, ବନ୍ଯ ଗୁଳ୍ମଜାତୀୟ ବୃକ୍ଷ ଓ ଫଳ

ଅକର୍ଣ୍ଣ--ପୁଂ.ବିଂ., ଅ ଯୁକ୍ତ କର୍ଣ୍ଣ) ବ. ବ୍ରୀ ବଧିର, କାଲା, ଯେଉଁ ନେକାର ମଙ୍ଗ ଧରା ନାହିଁ, (ସ୍ତ୍ରୀ) ଅକର୍ଣ୍ଣା, (ପଜଂ. ବି) ସର୍ପ, ସାପ

ଅକର୍ତ୍ତନ: ପୁଂ, ବିଂ. (ଅ ଯୁକ୍ତ କର୍ତ୍ତନ) ବ ବ୍ରୀ. ଖର୍ବ, ବାମନ, ଠୁରା, ଅକଟା ସ୍ତ୍ରୀ) ଅକର୍ତ୍ତନା

ଅକର୍ତ୍ତବ୍ଯ--କ୍ଳୀ. ବି. (ଅ ଯୁକ୍ତି କର୍ତ୍ତବ୍ଯ) କରିବା ଶକ୍ତିରେ ଅଭାବ, ପରିପାଟୀର ଅଭାବ

ଅକର୍ତ୍ତତ୍ବ--ତ୍ରି.ବିଂ(ଅ ଯୁକ୍ତ କର୍ତ୍ତବ୍ଯ ନ, ତତ୍, ଅନୁଚିତ୍, ଅବିଧେୟ, ବି. ଅକର୍ତ୍ତବ୍ଯତା

ଅକର୍ତ୍ତା-- ପୁଂ.ବିଂ. ବି (ଅ ଯୁକ୍ତ କର୍ତ୍ତୃ) ଯେ କର୍ତ୍ତା ନୁହେ, ନିଷ୍କ୍ରିୟ, ପରମେଶ୍ବର

ଅକର୍ତ୍ତୃହ - କ୍ଳୀ.ବି. (ଅ ଯୁକ୍ତ କର୍ତ୍ତୃହ) ନ.ତତ୍.ଅପ୍ରଭ୍ମତ୍ନ, କର୍ତ୍ତୃତ୍ନର ଅଭାବ, ନିଷ୍କ୍ରିୟତା

ଅକର୍ଦମ - ନ୍ତ୍ରି.ବିଂ. (ଅ ଯୁକ୍ତ କର୍ଦମ) ବ.ବ୍ରୀ କାଦୁଅ ହୋଇନଥିବା, କର୍ଦମଶୂନ୍ଯ

ଅକର୍ମ- କ୍ଳୀ.ବି (ଅ ଯୁକ୍ତ କର୍ମ) ନ.ତତ୍. ଅପକର୍ମ, ଦୁଷ୍କର୍ମ, ଅନୁଚିତକର୍ାଯ୍ଯ, ନିନ୍ଦନୀୟ କର୍ାଯ୍ଯ, ବେକାର ଅବସ୍ଥା, (ଗ୍ରା) ବି. ଅକର୍ମଣ୍ଯ, ଦୁଷ୍କର୍ମ, ଅନୁଚିତକର୍ାଯ୍ଯ, ନିନ୍ଦନୀୟ କର୍ାଯ୍ଯ, ବେକାର ଅବସ୍ଥା, (ଗ୍ରା)ବି. ଅକମଣ୍ଯ

ଅକର୍ମକ - ନ୍ତ୍ରି.ବି.(ଅଯୁକ୍ତ କର୍ମ) ବ.ବ୍ରୀ.କର୍ମର ଅନୁପଯୁକ୍ତ, ନିଷ୍କ୍ରିୟ, ନିକମା, କର୍ମହୀନ (ବ) ସକର୍ମକ, ବେକାର, ଯେଉଁ କ୍ରିୟା କର୍ମପଦକୁ ଅପେକ୍ଷା କରେ ନାହିଁ

ଅକର୍ମକର୍ମଦାତା - ବିଂ. ପୁଂ. (ଅକର୍ମ କର୍ମନ୍ ଯୁକ୍ତ ଦାରୁ) ଯେ ନିକମା ଲୋକଙ୍କୁ କାମ ଦିଏ, ଯେ ସେଭାଗ୍ଯ ଦେି ପାରେ. (ପୁ:ବି)- ଶିବ, (ସ୍ତ୍ରୀ) ଅକର୍ମ କର୍ମଦାତ୍ରୀ

ଅକର୍ମକୃତ୍ -ନ୍ତ୍ରି.ବିଂ (ଅକର୍ମ ଯୁକ୍ତ କୃ ଯୁକ୍ତ କ୍ବିପ୍) କର୍ମହୀନ, ଅଳସୁଆ, ମନ୍ଦ-କର୍ାଯ୍ଯକାରୀ

ଅକର୍ମଜ- ନ୍ତ୍ରି. ବିଂ. (ଅକର୍ମ ଯୁକ୍ତ ଜନ୍ ଯୁକ୍ତ କ.ଅ)଼ ମନ୍ଦଭାଗ୍ଯରୁ ଘଟିଥିବା, ଦୁର୍ଭାଗ୍ଯଜନିତ

ଅକର୍ମଣ୍ଯ- ପୁଂ. ବିଂ ( ଅ ଯୁକ୍ତ କର୍ମଣ୍ଯ) (ନ.ତତ୍) କର୍ାଯ୍ଯକ୍ଷମ, କର୍ାଯ୍ଯର ଅଯୋଗ୍ଯ, (ବି) ଅକର୍ମଣ୍ଯତା ଯେଉଁ ପଦର୍ାଥ କେଣସି କର୍ମରେ ଲାଗି ନପାରେ  (ସ୍ତ୍ରୀ) ଅକର୍ମଣ୍ଯା

ଅକର୍ମଶିଳା - ଗ୍ରା. ବି. ( ସଂ.ଅକର୍ମଣ୍ଯ ଯୁକ୍ତ ଶିଳା) ଏକପ୍ରକାର ଅତି ଟାଣୁଆ ପଥର

ଅକର୍ମା - ପୁଂ. ସ୍ତ୍ରୀ.ବିଂ (ଅ ଯୁକ୍ତ କର୍ମନ୍) ନିକମା, ନିଷ୍କର୍ମା, ଯେକେଣସି କର୍ାଯ୍ଯ ସାଧନ କରି ନପାରେ

ଅକଲ୍- ଯା) ବି. ଗୁରୁଦକ୍ଷିଣା, ପୁରସ୍କାର ଦେଇ ବୁଦ୍ଧି ଶିଖତ୍ବା

ଅକଳ - ଗ୍ରା. ବି. ଅସୁବିଧା, ଅଖଞ୍ଜ, (ବିଂ) ଅସୁବିଧାଜନକ, ଅଖଞ୍ଜିଆ

ଅକଳଙ୍କ- ନ୍ତ୍ରି.ବିଂ (ଅଯୁକ୍ତ କଳଙ୍କ) (ବ.ବ୍ରୀ) ନିଷ୍କଳଙ୍କ, ନିର୍ଦ୍ଦୋଷ, ନର୍ିମଳ, ସୁନ୍ଦର, ଅନିନ୍ଦ୍ଯ, ଦାଗ ନଥିବା ସ୍ତ୍ରୀ) ଅଳଙ୍କାର

ଅକଳଙ୍କିତ - ନ୍ତ୍ରି.ବିଂ. (ଅ ଯୁକ୍ତ କଳଙ୍କିତ) ନ.ତତ୍, ଯେ କଳଙ୍କଯୁକ୍ତ ନୁହେଁ, (ସ୍ତ୍ରୀ) ଅକଳଙ୍କିତା

ଅକଳଙ୍କୀ - ଗ୍ରା. ବିଂ. ଯେଉଁ ଧାତୁମୟ ପଦର୍ାଥରେ କଳଙ୍କ ଲାଗିନାହିଁ  ସଂ.ପୁଂ . ବିଂ ( ଅ ଯୁକ୍ତ କଳଙ୍କ ଯୁକ୍ତ ଇନ୍ ନ.ତତ୍ ଅକଳଙ୍କୀ ସ୍ତ୍ରୀ) ଅକଳଙ୍କିନୀ

ଅକଳଣା - ଗ୍ରା. ବିଂ.ଅକଳନ ଦେଖ,

ଅକଳଥାନ - ଗ୍ରା.ବି. ଅସୁବିଧାଜନକ ସ୍ଥାନ, ଦେହର ଗୁପ୍ତାଙ୍ଗ, ଅଖଞ୍ଜିଆ ଜାଗା

ଅକଳନ - ନ୍ତ୍ରି. ବିଂ. (ଅ ଯୁକ୍ତ କଳନ) (ବ.ବ୍ରୀ,) ଅକଳଣା, ଅସଂଖ୍ଯ, ଅସୀମ, ଅତ୍ଯଧିକ

ଅକଳନ୍ତା - ଅକଳିତ - ବିଂ. ଯାହାର କଳନା କରାଯାଇନପାରେ

ଅକଳମ- ଗ୍ରା.ବି.ଅକର୍ମଶିଳା, ବ୍ଯାୟାମର୍ାଥ ଗୋଲାକୃତି ଓଜନ ପଥର

ଅକଳିଆ - ଗ୍ରା. ବି. ଓ ବିଂ. ଅକଳ (ଦେଖ)

ଅକଳିହା - ଗ୍ରା. ପୁଂ.ବିଂ (ଅ ଯୁକ୍ତ କଳହପ୍ରିୟ) ଯେ କଳହପ୍ରିୟ ନୁହେଁ , ଶାନ୍ତିପ୍ରିୟ

ଅକଳୁଷ - ବିଂ.ପୁଂ. (ଅ ଯୁକ୍ତ କଳୁଷ) (ବ.ବ୍ରୀ,) ନିଷ୍ପାପ, ନିର୍ଦ୍ଦୋଶ, ବିମଳ (ସ୍ତ୍ରୀ) ଅକଳୁଷା

ଅକଳେ - ଗ୍ରା. ନ୍ତ୍ରି.ବିଂ. ଅକଳ (ଦେଖ) ଅଗତ୍ଯା, ଅନନ୍ଯୋପାୟ ହୋଇ, ଅସୁବିଧାଜନକ ଅବସ୍ଥାରେ ପଡ଼ିବାରୁ

ଅକଳ୍କ - ନ୍ତ୍ରି.ବିଂ (ଅ ଯୁକ୍ତ କଳ୍କ) ବ.ବ୍ରୀ, ଦମ୍ଭରହିତ, କଳ୍କଶୂନ୍ଯ ବିମଳ, ନିଷ୍ପାପ, (ସ୍ତ୍ରୀ) ଅକଳ୍କ

ଅକଳ୍କା - ସ୍ତ୍ରୀ ବି. (ଅକଳ୍କ ଯୁକ୍ତ ଆ) ଜ୍ଯୋତ୍ସ୍ନା

ଅକଳ୍ପଣା - ଗ୍ରା.ବି. (ସଂଅ ଯୁକ୍ତ କର୍ାପଣ୍ଯ)ମନରେ ସନ୍ଦେହ, କୁଣ୍ଠା ବା ଅସନ୍ତୋଷ ନଥିବା ଅବସ୍ଥା

ଅକଳ୍ପନା - ବି. (ଅ ଯୁକ୍ତ କଳ୍ପନା) ନ. ତତ୍. କଳ୍ପନାଶକ୍ତିର ଅଭାବ, ଅନୁଚିତ ଚିନ୍ତା

ଅକଳ୍ପିତ - ନ୍ତ୍ରି.ବିଂ. (ଅ ଯୁକ୍ତ କଳ୍ପିତ) ନ.ତତ୍. ଯାହା କଳ୍ପିତ ବା ମନଗଢ଼ା ନୁହେଁ, ଅକୃନ୍ତ୍ରିମ, ପ୍ରକୃତ, ଯଥର୍ାଥ, ବାସ୍ତବ, (ସ୍ତ୍ରୀ) ଅକଳ୍ପିତା

ଅକଳ୍ମଷ - ପୁଂ.ବିଂ., (ଅ ଯୁକ୍ତ କଳ୍ମଷ),. ବ.ବ୍ରୀ. ନିଷ୍ପାପ, ବିଶୁଦ୍ଧ, ସାଧୁ, (ସ୍ତ୍ରୀ) ଅକଳ୍ମଷା

ଅକଲ୍ଯ - ପୁଂ. ବିଂ. (ଅ ଯୁକ୍ତ କଲ୍ଯ) ନ.ତତ୍.ଅସୁସ୍ଥ, ରୁଗ୍ଣ, ପୀଡିତ (ସ୍ତ୍ରୀ) ଅକଲ୍ଯା

ଅକଲ୍ଯାଣ - କ୍ଳୀ.ବି. (ଅ ଯୁକ୍ତ କଲ୍ଯାଣ) ନ.ତତ୍, ଅଶୁଭ, ଅମଙ୍ଗଳ, (ପୁଂ. ବିଂ.) ହତଭାଗ୍ଯ, ଅଶୁଭଗ୍ରସ୍ତ, (ଗ୍ରା.ବି) ଅଭିସମ୍ପାତ (ସ୍ତ୍ରୀ) ଅକଲ୍ଯାଣ

ଅକଶ - ଯା. ବି. ଅଦଉତି, ପ୍ରତିହିଂସା, ଆକ୍ରୋଶ, ଶତ୍ରୁତା

ଅକଶର୍ - ଯା. ଆ ସାଧାରଣତଃ, ସବୁପ୍ରକାରେ, ସର୍ବଦା, ଯଦି, (ସ) ପ୍ରତ୍ଯେକ, ସମସ୍ତ

ଅକଶରନାମା - ଯା.ବି.ଖାସ୍ କ୍ଷମତାପତ୍ର, ଯାହା ବଳରେ ପ୍ରତିନିଧି କେତେକ କର୍ାଯ୍ଯ ଚଳାଏ

ଅକଶା - ଗ୍ରା.ବିଂ. ଜିନ୍ କଶାଯାଇ ନଥିବା ଘୋଡ଼ା, ଅଙ୍କ କଶା ହୋ ନଥିବା, ଟାଣକରି ବନ୍ଧାହୋଇ ନଥିବା, ତାଳପତ୍ର କଶା ହୋଇନଥିବା, ପରିବାତେଲ ବା ଘିଅରେ କଶି ନଥିବା

ଅକଷ୍ଟ - ନ୍ତ୍ରି.ବିଂ. କଷ୍ଟାନ୍ଯ, କ୍ଳେଶହୀନ, ସହଜ, ନେସଗିର୍କ  ଅକଷ୍ଟା. କ୍ଳୀ.ବି. ସ୍ବାଚ୍ଛନ୍ଦ୍ଯ

ଅକଷ୍ଟକଳ୍ପନା - ସ୍ତ୍ରୀ.ବି ସ୍ବାଭାବିକକଳ୍ପନା, ନେସଗିର୍କ ରଚନା

ଅକଷ୍ଟବଦ୍ଧ - କ୍ଳୀ.ବି ଅପ୍ରତିକର୍ାଯ୍ଯ ବିପଦ, ପେଞ୍ଚ, ଅତିଶୟ କଟେରେ ପତିତ, ଅପ୍ରତିକର୍ାଯ୍ଯ, ଅକଷ୍ଟବଦ୍ଧା

ଅକଷ୍ଟଲବ୍ଧ - ବିନା କଷ୍ଟରେ ମିଳିଥିବା ଅନାୟାସଲଭ୍ଯ

ଅକସାତ୍ - ହଠାତ୍, ସହସା, ଅସମ୍ଭାବିତ ରୂପେ, ବିନାକାରଣେ  ଯାହା କେଉଁଠାରୁ ଆସିଲା ବୋଳି ସ୍ଥିର କରାଯାଇ ନପାରେ
ଅକା - ନିର୍ବୋଧ, ବୋକା, ଓଲୁ, କିଂକର୍ତ୍ତବ୍ଯବିମୂଢ଼

ଅକାଖେଳ୍ - ଆଫଗାନିସ୍ଥାନ ନିବାସୀ ମୁସଲମାନ୍ ଜାତିବିଶେଷ

ଅକାଟ, ଅକାଟୁ - ଯେଉଁ ଔଷଧ ଖାଇଲେ ବା ଧରଣ କଲେ ଅସ୍ତ୍ରାଘାତ କାଟେ ନାହିଁ  ଅଖଣ୍ଡନୀୟ, ଅମୋଘ, ଯାହା କାଟି ହୁଏ ନାହିଁ

ଅକାଟ୍ଯ - ଯାହା ଯୁକ୍ତିଦ୍ବାରା ଖଣ୍ଡନ କରାଯାଇ ପାରେ ନାହିଁ, ଅଚ୍ଛେଦ୍ୟ, ଅଖଣ୍ଡନୀୟ, ଅକାଟ୍ଯା

ଅକାଠକାଠ - କେଣସି କର୍ାଯ୍ଯରେ ପଶ୍ଚାତ୍ପଦ, ନିଶ୍ଚେଷ୍ଟ କାଠକାଠ
ଅକାଢ଼ିଆ - ଯାହା କଢ଼ା ହୋଇ ନାହିଁ, ଯହିଁରେ କାଢ଼ିବା କାଠି ନଥାଏ  ସ୍ତ୍ରୀମାନଙ୍କର କଳିକଜ୍ଯାରେ ବ୍ଯବହର୍ାଯ୍ଯ, କାକାଢ଼ିଆ-ମଡ଼ା
ଅକାଢ଼ୁ - ଅକର୍ମ, ଅକୁଶଳ, ବେକରାମତ୍
ଅକାଣ୍ଡ - ସ୍କନ୍ଧଶୂନ୍ଯ, ଶାଖାହୀନ, ଅକାଳ, ଅସମୟ, ଅକାଣ୍ଡେ, ଅକାଳରେ, ହଠାତ୍, ଅପ୍ରତ୍ଯାଶିତରୂପେ, ଅକସ୍ମାତ୍ ଅକାଣ୍ଡା
ଅକାଣ୍ଡିଆ - ଯାହା ଢ଼ିଙ୍କିକୁଟା ହୋଇ ପରିଷ୍କାର ହୋଇନାହିଁ (ଚାଉଳ)
ଅକାତ - ଅଗାଧ, ଅତିଗଭୀର, ଅମାପ, ଗହୀର
ଅକାତକାତ - ଯେଉଁ ଜଳ କାତଦ୍ବାରା ମପାଯାଇ ନପାରେ
ଅକାତର - ନର୍ିଭୀକ, ଅବ୍ଯାକୁଳ ଅକୁଣ୍ଠ (ସ୍ତ୍ରୀ)ଅକାତରା
ଅକାତରେ - ଧୀରେ ଧୀରେ, ଅବ୍ଯାକୁଳ ଚିତ୍ତେ, ଅନାୟାସରେ ଅକାନବିନ୍ଦ, ଅକାନବିନ୍ଦୁ, ଅକାନବିନ୍ଧ
ଅକାବଜା - ନିର୍ବୋଧ, ବକା, ଓଲୁ, ଘାବରା, ଆଶ୍ଚର୍ଯ୍ଯାନ୍ବିତ
ଅକାବୁ - ଅନାୟତ୍ତ, ନିରାଶ୍ରୟ, ଅକ୍ଷମ, ଶକ୍ତିହୀନ
ଅକାମ - ନିଷ୍ପୃହ, ଅନିଚ୍ଛୁକ, ନିଷ୍କାମ (ସ୍ତ୍ରୀ)ଅକାମା
ଅକାମକୃତ - ଫଳପ୍ରାପ୍ତିର ଆଶା ନରଖତ୍ କରାଯିବା (କାମ)
ଅକାମାବେ - ଆଷାଢ଼, କାତ୍ତିର୍କ, ମାଘ, ବେଶାଖ, ଏଚାରି ଧର୍ମମାସର ଆଦ୍ୟ ଅକ୍ଷର ଦ୍ବାରା ଗଠିତ ଶବ୍ଦ (ମତ୍ସପୁରାଣ), କାତ୍ତିର୍କ ପୂଣ୍ଣିର୍ମାରେ ସ୍ନାନପରେ ଗଙ୍ଗାମାତାଙ୍କୁ ଖତ୍ଲପାନ ଉପହାର ପ୍ରଦାନପୂର୍ବକ ସ୍ତ୍ରୀ ଓ ବାଳକବାଳିକାମାନଙ୍କ ବୋଲିବା ପଦର ପ୍ରଥମ ଚରଣ, ଉପର୍ଯୁ୍ଯକ୍ତ ଚାରିମାସର ପୂଣ୍ଣିର୍ମା
ଅକାମିକା - ଅକର୍ମଣ୍ଯ, ଅଳସୁଆ. କର୍ାଯ୍ଯର ଅନୁପଯୋଗୀ
ଅକାମୀ - କାମନରହିତ, ବାସନା ବଜିର୍ତ, (ସ୍ତ୍ରୀ)ଅକାମିନୀ
ଅକାମୁକ - ଅକାମୀ ଲାଳସାବିହୀନ (ସ୍ତ୍ରୀ) ଅକାମୁକୀ
ଅକାମ୍ଯ - ଅନଭିଳଷଣୀୟ, ଅବାଞ୍ଛନୀୟ, ଅକାମ୍ଯା
ଅକାୟ - ଅଦେହ, ଅବୟବହୀନ (ସ୍ତ୍ରୀ) ଅକାୟା, ପରମାତ୍ମା, ରାହୁଗ୍ରହ
ଅକାର - ବମନ, ବାନ୍ତି, ସ୍ବରବର୍ଣ୍ଣ
ଅକାରଣ - କାରଣଶୂନ୍ଯ, ଅହେତୁକ, ବୃଥା, ଅନର୍ଥକ (ସ୍ତ୍ରୀ) ଅକାରଣା
ଅକାରାଦି - ଆ ଠାରୁ ଆରମ୍ଭାକରି, ଯେଉଁ ଶବ୍ଦ ଆଦ୍ୟରେ ‘ଅ’ ଯୁକ୍ତ ଅଛି
ଅକାରାନ୍ତ - ଯେଉଁ ଶବ୍ଦ ଶେଷରେ ‘ଅ’ ଯୁକ୍ତ ଅଛି
ଅକାରେଶ - ପରମାତ୍ମା
ଅକର୍ାପଣ୍ଯ - କର୍ାପଣ୍ଯ, ରହିତ୍ଯ, କୃପଣତା ରହିତ
ଅକର୍ାଯ୍ଯ - କୁତ୍ସିତକର୍ାଯ୍ଯ, ଦୁଷ୍କର୍ମ, ଅବେଧ କର୍ମ, ଅକର୍ତ୍ତବ୍ଯ କର୍ାଯ୍ଯାଭାବଗ୍ରସ୍ତ, କର୍ାଯ୍ଯହୀନ, ଅକର୍ଯ୍ଯା
ଅକର୍ାଯ୍ଯକର - ଅକର୍ମନର୍ିବାହକ, ଯେ କେଣସି କର୍ାଯ୍ଯକରେ ନାହିଁ, ଅଳସୁଆ, କୁତ୍ସିତ କର୍ମଚାରୀ, ଅକର୍ାଯ୍ଯକରୀ
ଅକର୍ାଯ୍ଯକାରୀ - ଯେ କିଛି କାମ ନକରେ, କର୍ମଶୂନ୍ଯ, ମନ୍ଦକର୍ମକର୍ତ୍ତା, ଦୁରାଚାର, ଅଳସୁଆ ଅକର୍ାଯ୍ଯକାରିଣୀ
ଅକର୍ାଯ୍ଯକ୍ଷମ - କର୍ାଯ୍ଯରେ ଅପାରଗ, କର୍ମସମ୍ପାଦନରେ ଅସମର୍ଥ ଅଯୋଗ୍ଯ, ନର୍ିଗୁଣ ଅକର୍ାଯ୍ଯକ୍ଷମା
ଅକାଳ - ଅସମୟ, ଅପ୍ରଶସ୍ତକାଳ, ଅଶୁଭ ବା ଅଶୁଦ୍ଧ କାଳ, ଦୁଭିର୍କ୍ଷ ଜୀବିତକାଳ ପୁରି ନ ଥିବା ସମୟ
ଅକଳକାଣ୍ଡ - ଅସମୟରେ ଘଟିବା ଘଟନା, ଅକସ୍ମାତ୍ ପଡ଼ିବା ଶର ଅପ୍ରତ୍ଯାଶିତରୂପେ ଉପସ୍ଥିତ ହେବା ବିପଦ
ଅକାଳକୁଷ୍ମାଣ୍ଡ - ଅଋତୁରେ ଫଳିବା ପାଣିକଖାରୁ, କୁଳାଙ୍ଗାର, କୁଳପାଂଶୁଳବ୍ଯକ୍ତି
ଅକାଳ କୁସୁମ - ଅସମୟଜାତ ଫୁଲ, ଅକାଳକୁସୁମ ଦେଶରେ ଉପଦ୍ରବ ସୂଚକ
ଅକାଳ ଚଡ଼କ - ଆକସ୍ମିକ ବିପଦ, ଅଋତୁରେ ବଜ୍ରପତନ
ଅକାଳଜ - ଅସମୟରେ ଜାତ, ସମୟ ନ ହେଉଣୁ ଜନ୍ମହେବା, ଅକାଳଜା
ଅକାଳଜଳଦୋଦୟ - ଅସମୟରେ ମେଘର ଆବର୍ିଭାବ, କୁହୁଡ଼ି
ଅକାଳଜ୍ଞ - ଠିକ୍ ସମୟ ଜାଣେ ନାହିଁ, ଅକାଳଜ୍ଞା
ଅକାଳପକ୍ବ - ଅସମୟରେ ପାଚିଥିବା(ଫଳ) ବାଲ୍ଯ ବା ଯୁବା ସମୟରେ ବୃଦ୍ଧପରି ଆଚରଣକାରୀ
ଅକାଳପୁରୁଷ - ଶିଖମାନଙ୍କ ପୁଜିତ ଆଦିପୁରୁଷ ପରମେଶ୍ବର
ଅକାଳଫଳ - ଅଋତୁରେ ଫଳିବା ଫଳ, କୁଳାଙ୍ଗାର, କୁଳପାଂଶୁଳ
ଅକାଳ ବୃଷ୍ଟି - ଅସମୟରେ ଜଳବର୍ଷଣ, ଅଦିନ ବରଷା
ଅକାଳବୋଧନ - ଅସମୟରେ ଜାଗରଣ, ଯଥାକାଳ ମଧ୍ୟରେ ଦେବତାଙ୍କର ପହଡ଼ ଭଙ୍ଗାଇବା, ଆଶ୍ବିନ ମାସରେ ଦୁର୍ଗାଙ୍କ ନିଦ୍ରା ଭଙ୍ଗକରଣ
ଅକାଳମୃତୁ୍ଯ - ଅପମୃତୁ୍ଯ, ଆୟୁଷ୍କାଳ ପୂର୍ଣ୍ଣ ନ ହେଉଣୁ ମରିବା
ଅକାଳମେଘୋଦୟ - ଅସମୟରେ ମେଘର ଆବର୍ିଭାବ, କୁହୁଡ଼ି
ଅକାଳସହ - ଯେଉଁଲୋକ କାଳ ବିଳମ୍ବ ସହି ନପାରେ, ଅସମ୍ଭାଳ, ଅଧୀର
ଅକଳ୍ପନିକ - ପ୍ରକୃତ, ଯର୍ଥର୍ାଥ, ଅକାଳ୍ପନିକୀ
ଅକାଳିଆ - ଅକାଳରେ, ଘଟିବା ଅସମୟରେ ଉପସ୍ଥିତ, ଅକାଳେ
ଅକିଞ୍ଚନ - ନିଃସ୍ବ, ଯାହାର କିଛି ନାହିଁ, ନଗଣ୍ଯ, ସାମାନ୍ଯ, ଅତି ଦରିଦ୍ର
ଅକିଞ୍ଚନତା - ଦାରିଦ୍ର୍ଯ, ଦୀନତା, ହୀନତା, ଅକିଞ୍ଚନ
ଅକିଞ୍ଚିତ୍ - ତୁଚ୍ଛ, ଅତିସାମାନ୍ଯ, ଅତିହେୟ
ଅକିଞ୍ଚିତ୍କର - ଯାହା କିଛିମାତ୍ର କରି ନପାରେ, ଅତି ସାମାନ୍ଯ, ତୁଚ୍ଛ ଯାହାଦ୍ବାରା କିଛି କାମ ହୋଇ ନପାରେ
ଅକିଦା - ହଲପ୍, ଦ୍ବାହି, ଦେବତାଙ୍କ ନାମଧରି କରାଯିବା ପ୍ରମାଣ
ଅକୀରତି - ଅକୀତ୍ତିର୍, ଦୁର୍ନାମ, ଅପବାଦ, ଅଯଶ
ଅକୀତ୍ତିର୍ - ଅପଯଶ, ବଦନାମୀ, ଅଖ୍ଯାତି
ଅକୀତ୍ତିର୍କର - ଅଖ୍ଯାତିଜନକ, ଅଯଶସ୍କର
ଅକୁ - ଉକୁ, ଅପରାଧାତ୍ମକ ବ୍ଯାପାର, ଘଟଣାସ୍ଥଳ
ଅକୁଟା - ଯାହା ଢ଼ିଙ୍କି, ହିମାମଦିସ୍ତା ଆଦିରେ କୁଟା ହୋଇନାହିଁ
ଅକୁଟିଳ - ସରଳ, ଯାହା କୁଟିଳ ନୁହେଁ, ଅକପଟ, ନର୍ିମାୟ
ଅକୁଣ୍ଠ - ଅସଙ୍କୁଜିତ, ଅନମିତ କର୍ାଯ୍ଯକ୍ଷମ, ପ୍ରତିଭାଯୁକ୍ତ, ତୀକ୍ଷଣ, ଅକ୍ଷୁବ୍ଧ, ଅନନ୍ତ କାଳସ୍ଥାୟୀ, ଅବ୍ଯାହତ ଅକୁଣ୍ଠା
ଅକୁଣ୍ଠିତ - ପ୍ରଶସ୍ତ, ଅକ୍ଷବ୍ଧ, ଅଦୁଃଖତ୍ତ, ଅଶଙ୍କିତ ଅକୁଣ୍ଠିତା
ଅକୁଣ୍ଠିତଚିତ୍ତ - ଅକ୍ଷୁବ୍ଧ, ଅକାତର, ଅସଙ୍କୁଚିତ, ହୃଦୟ, ଦ୍ବିଧାଶୂନ୍ଯ, ସଙ୍କୋଚରହିତ, ଅଦୀନଚିତ୍ତ, କୁଣ୍ଠାଶୂନ୍ଯ
ଅକୁତୋଭୟ - ଯାହାର ଅନ୍ଯଠାରୁ ଭୟର ଆଶଙ୍କା ନାହିଁ, ନର୍ିଭୟ, ଅକୁତୋଭୟତା
ଅକୁପ୍ଯ - ସୁନା ଓ ରୂପା, ସୁନାରୂପାଛଡ଼ା ନିକୃଷ୍ଟଧାତୁ
ଅକୁଫ - ଜ୍ଞାନ, ବୋଧ, ବୁଦ୍ଧି
ଅକୁମାରୀ - ଦଶବର୍ଷବୟସ୍କା ବାଳିକା
ଅକୁଚ - ଯାଦବ ବିଶେଷ, କେଣସି ବ୍ଯକ୍ତିର ନାମ
ଅକୁଳ - ବଶଂମର୍ଯ୍ଯାଦାଶୂନ୍ଯ
ଅକୁଳନ - ଅଭାବ, ନିଅଣ୍ଟ, ଅପ୍ରତୁଳ, ଅନଟନ
ଅକୁଳୀନ - ନୀଚବଂଶୋତ୍ପନ୍ନ, ଯେ ସତ୍କୁଳପ୍ରସୂତ ନୁହେଁ, କେଳିକତାରହିତ, ମର୍ଯ୍ଯାଦାଶୂନ୍ଯ, ଅକୁଳୀନା
ଅକୁଶଳ - ଅଶୁଭ, ଅମଙ୍ଗଳ, ଅହିତ, ଦୁନିର୍ମିତ୍ତ, ଅସୁସ୍ଥ, ଅମଙ୍ଗଳକର ଅକୁଶଳା
ଅକୁଶଳୀ - ପୀଡ଼ିତ, ଅମଙ୍ଗଳଯୁକ୍ତ ଅସୁଖୀ ଅକୁଶଳିନୀ
ଅକୁସ୍ଥଳ - ଯେଉଁ ସ୍ଥାନରେ ଚୋରି, ଦଙ୍ଗା ହାଙ୍ଗାମାଦି ଘଟିଅଛି, ସରଜମିନ୍
ଅକୂପାର - ଅସୀମ, ଅକୁଳ, ସମୁଦ୍ର, କଇଁଛ
ଅକୂର୍ଚ୍ଚ - ନିଷ୍କପଯ, ସରଳ, ଅକୂର୍ଚ୍ଚା, ବୁଦ୍ଧ
ଅକୂଳ - ଅସୀମ, ସୁବିଶାଳ, ଯାହାର କୂଳ ନାହିଁ
ଅକୃତ୍ସ୍ନବିତ୍ - ଅଳ୍ପଜ୍ଞ, ଅଳ୍ପବୁଦ୍ଧି, ଅଳ୍ପଜାଣିଥିବା
ଅକୃତ - ଯାହା କରା ହୋଇ ନାହିଁ
ଅନନୁଷ୍ଠିତ - ଅସମ୍ପୂର୍ଣ୍ଣ, ନିରର୍ଥକ, ଅପରିଣତ, ପ୍ରାକୃତିକ, ଅକୃତା
ଅୃତକର୍ମା - ଅକର୍ମଣ୍ଯ, ଅପଟୁ, ଯେ କର୍ାଯ୍ଯକ୍ଷମ ନୁହେଁ
ଅକୃତକର୍ାଯ୍ଯ - ଯେକେଣସି କର୍ାଯ୍ଯ କରିନାହିଁ, ବିଫଳମନୋରଥ, ବିଫଳଚେଷ୍ଟା ବ୍ଯର୍ଥକାମ ଅକୃତକର୍ାଯ୍ଯା
ଅକୃତଘ୍ନ - କୃତଜ୍ଞ, ଅକୃତଘ୍ନୀ
ଅକୃତଚୂଡ଼ - ଦ୍ବିଜାତ ବାଳକର ଚୂଡ଼ାକର୍ମ
ଅକୃତଜ୍ଞ - ଯେ କୃତଜ୍ଞ ନୁହେଁ, ଯେ ଉପକାର ମାନେନାହିଁ ଅକୃତଜ୍ଞତା, ଯେ ଉପକାରୀ ନିକଟରେ ଅବାଧ୍ୟ, କୃତଘ୍ନ, ଅକୃତଜ୍ଞା
ଅକୃତଦାର - ଅବିବାହିତ, ଯେ ଦାରପରିଗ୍ରହ କରି ନାହିଁ
ଅକୃତଧୀ - ଅମାଜିର୍ତମତି, ମଳିନବୁଦ୍ଧି, ଯେକୃତଧୀ ନୁହେଁ
ଅକୃତବୁଦ୍ଧି - ଅସ୍ଥିରମତି, ଅଜ୍ଞ, ଦୁର୍ବୁଦ୍ଧି, ଅକୃତବୁଦ୍ଧିତ୍ବ
ଅକୃତାତ୍ମା - ଅସଂସ୍କୃତଚିତ୍ତ, ନଷ୍ଟତ୍ମା, ଅବିଶୁଦ୍ଧମନାଃ
ଅକୃତାଦର - ଅନାଦୃତ, ଅକୃତାଦରା
ଅକୃତାପରାଧ - ନିରପରାଧ, ନିର୍ଦ୍ଦୋଷ, ଅକୃତାପରାଧା
ଅକୃତର୍ାଥ - ବିଫଳମନୋରଥ, ଅକୃତକର୍ାଯ୍ଯ, ଅକୃତର୍ାଥା
ଅକୃତି - ଅନିମିର୍ତ, ଅକାରଣ, କୃତିର ଅଭାବ
ଅକୃତୀ - ଯୋଗ୍ଯତାହୀନ, ଅକ୍ଷମ, ଯେ କର୍ମକୁଶଳ ନୁହେଁ, ଅନିପୁଣ, ଅପଟୁ, ମୂର୍ଖ, ଅକୃତର୍ାଥ, ଅନାଡ଼ି, ଅକୃତିନୀ
ଅକୃତୋଦବାହ - ଅପରିଣୀତ, ଅବିବାହିତ, ତଦ୍ବାହ
ଅକୃତ୍ତ - ଅଚ୍ଛିନ୍ନ, ଯାହା କଟା ହୋଇ ନାହିଁ, ଅକୃତ୍ତା
ଅକୃତ୍ଯ - ଯାହା କରିବା ଅନୁଚିତ, କରଣାଯୋଗ୍ଯ, ଅକର୍ତ୍ତବ୍ଯ, ଅକୃତ୍ଯା

ଅକୃତ୍ରିମ - ନେସଗିର୍କ, ଖାଣ୍ଟି, ଯଥର୍ାଥ, ସ୍ବାଭାବିକ, ଈଶ୍ବରକୃତ, କାଳ୍ପନିକ ନୁହେଁ
ଅକୃପ - କୃପାଶୂନ୍ର, ନର୍ିଦ୍ଦୟ, ଅକୃପା
ଅକୃଷ୍ଟ - ଅକଷିର୍ତ, ଚାଷ କରାଯାଇ ନଥିବା, ଅନନୁଶୀଳତା
ଅକୃଷ୍ଟପଚ୍ଯ - କର୍ଷଣ ବିନା ଯାହା ସ୍ବୟଂ ପଡ଼ିଆରେ ଜନ୍ମି ପାଚିଥିବା
ଅକୃଷ୍ଣ - ଯାହା କଳା ନୁହେ, ନିପୋପ, ନିର୍ଦ୍ଦୋଷ
ଅକୃଷ୍ଣକର୍ମୀ - ଶୁଦ୍ଧାଚାର, ଶଠତା ବିରହିତ, ନିନ୍ଦିତ କର୍ାଯ୍ଯଶୂନ୍ଯ, ନିଷ୍ପାପ
ଅକେଶ - କେଶହୀନ, ଟାଙ୍ଗରା, ଅଳ୍ପ ବା ଅପ୍ରଶସ୍ତ କେଶଯୁକ୍ତ, ଦୁଃଖୀର ଈଶ୍ବର
ଅକେଶପରାଗକୋଷ - କେଶରଶୂନ୍ଯ ପରାଗକୋଷ
ଅକେତବ - ଅକପଟ, ଛଳଶୂନ୍ଯ, ଅକୃତ୍ରିମ, ସରଳ, ଅକେତବା, କେତବର ଅଭାବ
ଅକୋଟ- ପୁଂ.ବି. (ଅଯୁକ୍ତ କୁଟ୍ ଯୁକ୍ତ କ.ଅ)ଗୁଆଗଛ, ଗୁବାକ
ଅକୋପନ - ପୁଂ. ବିଂ.(ଅ ଯୁକ୍ତ କୋପନ) ନ.ତତ୍: ଅନ୍ତ୍ରୋଧନ, ନ୍ତ୍ରୋଧରହିତ, (ସ୍ତ୍ରୀ)ଅକୋପନା
ଅକୋବିଦ - ପୁଂ.ବିଂ.(ଅଯୁକ୍ତ କୋବିନ୍ଦ) ନ.ତତ୍.ମୂର୍ଖ, ଅପଣ୍ଡିତ, (ସ୍ତ୍ରୀ) ଅକୋବିଦା
ଅକେଟିଲ୍ଯ - କ୍ଲୀ.ବି (ଅ ଯୁକ୍ତ କେଟିଲ୍ଯ)ସରଳତା
ଅକ୍କା - ସ୍ତ୍ରୀ.ବି. (ଅକ୍ ଯୁକ୍ତ କେ ଯୁକ୍ତ ଅ ଯୁକ୍ତ ଆ) ମାତା, ଜନନୀ
ଅକ୍କାବକା - (ଗ୍ରା.) ବିଂ.ନିର୍ବୋଧ, ଅବାକ୍, କିଂକର୍ତ୍ତବ୍ଯମୂଢ଼, ଘାବରା, ଓଲୁ, ଆଶ୍ଚର୍ଯ୍ଯାନ୍ବିତ
ଅକ୍ତ - ନ୍ତ୍ରି.ବିଂ.(ଅଚ୍ ଯୁକ୍ତ କ.ତ) ଗତ, (ଅଜ ଯୁକ୍ତ ର୍ମ.ତ ତାଡିତ, (ଅନେକ ଯୁକ୍ତ ର୍ମ.ତ) ଲିପ୍ତ, ବଳାହୋଇଥିବା, ମିଶ୍ରିତ, (ବି) ତେଳ, ମଲମ
ଅକ୍ତାଚାଉଳ - ଗ୍ରା.ବି. ଯେଉଁ ଅଭିମନ୍ତ୍ରିତ ଚାଉଳ ବଳି ପଶୁକୁ ଖୁଆଯାଏ
ଅକ୍ତିଆର - ଯା. ବି. କ୍ଷମତା, ଅଧିକାର, (ବିଂ) ଅକ୍ତିଆରୀ, ଆପଣାର ଅଧୀନ
ଅକ୍ତୁ - ସ୍ତ୍ରୀ.ବି ବେଦରେ ପ୍ରଯୁକ୍ତ ଶବ୍ଦ-ଅନ୍ଧାର ରାତ୍ରି, ରଶ୍ମି ଅନୁଲେପନ
ଅନ୍ତ୍ରତୁ - ପୁଂ. ସ୍ତ୍ରୀ.ବି (ଅ ଯୁକ୍ତ ନ୍ତ୍ରତୁ) ବ.ବ୍ରୀ.ଶକ୍ତିରହିତ, ଯଜ୍ଞହୀନ, ସଂକଳ୍ପରହିତ
ଅନ୍ତ୍ରମ - ନ୍ତ୍ରି.ବିଂ - ଅ ଯୁକ୍ତ ନ୍ତ୍ରମ) ବ.ବ୍ରୀ. ଅନିୟମିତ, ଲେଉଟପାଉଟ, ଗୋଳମାଳିଆ ପାଦରହିତ, ବିଶୃଙ୍ଖଳ, (ବି) ଅନ୍ତ୍ରମତା, ଅନିୟମ, ନ୍ତ୍ରମର ଅଭାବ
ଅନ୍ତ୍ରମଣୀୟ - ନ୍ତ୍ରି.ବି (ଅନ୍ତ୍ରମ ଯୁକ୍ତ ଅନୀୟ) ଅଲଘଂନୀୟ, ଅଗମ୍ଯ, (ସ୍ତ୍ରୀ, ଅନ୍ତ୍ରମଣୀୟ)
ଅନ୍ତ୍ରମତା - ସ୍ତ୍ରୀ.ବି. (ଅନ୍ତ୍ରମ ଯୁକ୍ତ ଭା.ତା) କାବ୍ଯର ବାକ୍ଯଦୋଷବିଶେଷ (ଆଳଙ୍କାରଶାସ୍ତ୍ର)
ଅନ୍ତ୍ରାନ୍ତ - ନ୍ତ୍ରି. ବି. (ଅ ଯୁକ୍ତ ନ୍ତ୍ରାନ୍ତ) ନତତ୍. ଯାହାକୁ କେହି ଅତିନ୍ତ୍ରମ କରିନାହିଁ, ଅଜିତ୍, ଯାହାକୁ ପାରହୋଇ ଯାଇ ହୁଏ ନାହିଁ  (ସ୍ତ୍ରୀ) ଅନ୍ତ୍ରାନ୍ତା, (ବି) ବାଇଗଣ
ଅନ୍ତ୍ରିୟ - ପୁଂ.ବିଂ.(ଅ ଯୁକ୍ତ ନ୍ତ୍ରିୟା) ବ.ବ୍ରୀ ନ୍ତ୍ରିୟାରହିତ, ସର୍ବକର୍ମଶୂନ୍ଯ, ଅସତ୍-କର୍ମଶୀଳ, ଦୁଷ୍ଟ ସ୍ବଭାବାପନ୍ନ, (ସ୍ତ୍ରୀ) ଅନ୍ତ୍ରିୟା, ପୁଂ) ବି ପରମାତ୍ମା
ଅନ୍ତ୍ରିୟା - ସ୍ତ୍ରୀ. ବି. (ଅ ଯୁକ୍ତ ନ୍ତ୍ରିୟା) ନ ତତ୍. କର୍ାଯ୍ଯର ଅଭାବ, ଅନୁଚିତ କର୍ମ, ଅବେଧନ୍ତ୍ରିୟା, ଶାସ୍ତ୍ରବିରୁଦ୍ଧକର୍ାଯ୍ଯ, ବିଂ. (ଅନ୍ତ୍ରିୟ ଯୁକ୍ତ ଆ) ଅନ୍ତ୍ରିୟର ସ୍ତ୍ରୀଲିଙ୍ଗ
ଅନ୍ତ୍ରିୟାନ୍ବିତ - ପୁଂ.ବିଂ (ସତତ୍) ସତ୍-କର୍ାଯ୍ଯରହିତ, ନିନ୍ଦିତକର୍ମକାରୀ, (ସ୍ତ୍ରୀ) ଅନ୍ତ୍ରିୟାନ୍ବିତା
ଅନ୍ତ୍ରୀତ - ନ୍ତ୍ରି. ବିଂ. (ଅ ଯୁକ୍ତ ନ୍ତ୍ରୀତ ନତତ୍. ଯାହା କିଣାଯାଇନାହିଁ, (ସ୍ତ୍ରୀ) ଅନ୍ତ୍ରୀତା
ଅନ୍ତ୍ରୁଦ୍ଧ - ପୁଂ.ବି. (ଅ ଯୁକ୍ତ ନ୍ତ୍ରୁଦ୍ଧ)ନ. ତତ୍ ଅକୁପିତ, ନ୍ତ୍ରୋଧଶୂନ୍ଯ, (ସ୍ତ୍ରୀ) ଅନ୍ତ୍ରଦ୍ଧା
ଅନ୍ତ୍ରୂର - ପୁ.ବିଂ (ଅ ଯୁକ୍ତ ନ୍ତ୍ରୂର) ନତତ୍. ଯେ ନିଷ୍ଠୁର ନୁହେଁ, ସରଳ, ଆକପଟ, (ପୁଂ ବିଂ) କଂସର ମନ୍ତ୍ରୀ ଓ ଶ୍ରୀକୃଷ୍ଣଙ୍କର  ପିତୃବ୍ଯ, (ସ୍ତ୍ରୀ) ଓ ଶ୍ରୀକୃଷ୍ଣଙ୍କର ପିତୃବ, (ସ୍ତ୍ରୀ) ଅନ୍ତ୍ରୂରା (ବି) ଅନ୍ତ୍ରୂରତା
ଅନ୍ତ୍ରେୟ - ନ୍ତ୍ରି.ବିଂ. (ଅ ଯୁକ୍ତ ନ୍ତ୍ରେୟ) ନ.ତତ୍ ଯାହା କିଣାଯାଇ ନ ହୁଏ, ମହର୍ାଘ, ଦୁର୍ମୂଲ୍ଯ, ଯାହା ପ୍ରକୃତ ନ୍ଯର୍ାଯ୍ଯ ମୂଲ୍ଯ ଅପେକ୍ଷା ବେଶି, (ସ୍ତ୍ରୀ) ଅନ୍ତ୍ରେୟା, (ବି) ଅନ୍ତ୍ରେୟତା
ଅନ୍ତ୍ରୋଧ - ପୁଂ. ବି ( ଅଯୁକ୍ତ ନ୍ତ୍ରୋଧ) ନ. ତତ୍. ନ୍ତ୍ରୋଧାଭାବ, ନ୍ତ୍ରୋଧରାହିତ୍ଯ, (ବିଂ.ବବ.ବ୍ରୀ) ନ୍ତ୍ରୋଧଶୂନ୍ଯ, ଯାହାର ନ୍ତ୍ରୋଧନାହିଁ (ସ୍ତ୍ରୀ)  ଅନ୍ତ୍ରୋଧା, (ବି) ଅନ୍ତ୍ରୋଧତା
ଅନ୍ତ୍ରୋଧନ : ପୁଂ. ବି. (ଅ ଯୁକ୍ତ ନ୍ତ୍ରୋଧକ) ବ.ବ୍ରୀ ଅକୋପ, ନ୍ତ୍ରୋଧର କାରଣ ଉପସ୍ଥିତ ହେଲେ ସୁଦ୍ଧା ଯେ ନ୍ତ୍ରୋଧ ଦମନ କରେ, (ସ୍ତ୍ରୀ) ଅନ୍ତ୍ରୋଧନା, (ପୁ.ବିଂ) ବିଷ୍ଣୁପୁରାଣୋକ୍ତ କୁରୁବଂଶୀୟ ଅୟୁତାଶ୍ବଙ୍କ ପୁତ୍ର
ଅନ୍ତ୍ରୋଧୀ - ପୁଂ.ବି. ( ଅଯୁକ୍ତ ନ୍ତ୍ରୋଧ୍ବନ୍) ନ୍ତ୍ରୋଧଶୂନ୍ଯ, ଅକୋପୀ (ସ୍ତ୍ରୀ) ଅନ୍ତ୍ରୋଧ୍ବନୀ

Pramoda Avidhana (ଅ)

ଅ - ସଂସ୍କୃତ ଓ ଓଡ଼ିଆ ବର୍ଣ୍ଣମାଳାର ସ୍ବରବର୍ଣ୍ଣର ଆଦ୍ୟ ଅକ୍ଷର  | ଏହାର ଉଚ୍ଚାରଣ ସ୍ଥାନ କଣ୍ଠ | ଅ  - ପୁଂ, ବି. ପରଂବ୍ରହ୍ମସୂଚକ ଏକାକ୍ଷର, ବିଷ୍ଣୁ, ମହେଶ୍ବର,...